ଭୁବନେଶ୍ୱର(ଏନଏନଏସ୍): ପୁଣି ବିଜେବି କଲେଜ ପରିସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ ୩ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା ଥାନାରେ ଅଭିଯୋଗ ହୋଇଛି । ପରେ ଜଣେ ଛାତ୍ର ସେଠାରୁ ମୁକୁଳି ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରି ଏଚଓଡିଙ୍କ ରୁମରେ ରଖିଥିଲେ । ଏହାପରେ ମୁକୁଳି ଆସିଥିବା ଛାତ୍ର ଥାନାରେ ହାଜର ହୋଇ ଏକଥା ଜଣାଇବା ପରେ ଅଟକ ରହିଥି ବା ଛାତ୍ରଙ୍କୁ ପୋଲିସ ଉଦ୍ଧାର କରିଛି ।