ଏନଏନଏସ୍: ପୁଣି ଲୋକଙ୍କୁ ମହଙ୍ଗା ଛାଟ। ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍। କିନ୍ତୁ ଏହା ଘରୋଇ ନୁହେଁ ବରଂ କର୍ମସିଆଲ ଗ୍ୟାସ୍ ଦର ବଢିଛି। ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ୧୯ କିଲୋ ମୂଲ୍ୟ ୧,୭୭୩ ଟଙ୍କାରୁ ବଢି ୧୭୮୦ ହୋଇଛି। ଏହି ନୂଆ ଦର ଚଳିତ ମାସରୁ ଲାଗୁ ହେବ। ଏହା ପୂର୍ବରୁ ଜୁନରେ କର୍ମସିଆଲ ଗ୍ୟାସ ଦର ବଢିଥିଲା।
ସୂଚନା ଅନୁଯାୟୀ ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ୍ ପୂର୍ବରୁ ୧୭୭୩ ଥିବା ବେଳେ ଆଜି ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ବଢ଼ି ୧୭୩୨ ଟଙ୍କାରେ ପହଞ୍ଚିଛି। ସେହିଭଳି ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ୧୯୪୪ ଟଙ୍କା ହୋଇଛି।