ଭୁବନେଶ୍ୱର(ଏନଏନଏସ୍): ଶିମିଳିପାଳରେ ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ପେଟ୍ରୋଲିଂ କରୁଛି ପୋଲିସ୍ । ଏନେଇ ଯଶିପୁର, ଖୁଣ୍ଟା ଓ ଉଦଳା ଅଞ୍ଚଳରେ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି ।
ପୂର୍ବ ସୂଚନା ଅନୁଯାୟୀ ଶିମିଳିପାଳରେ ଶିକାରୀ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବନ କର୍ମଚରୀ ।
ଗତ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘ ଡାକରାରେ ବନ କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଜୁଲାଇ ୧ ରୁ ୭ ଦଫା ଦାବିରେ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ଶହ ଶହ ବନ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି ନକରି ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ଏବେ ଖୋଲା ପଡିଛି ଶିମିଳିପାଳ ।