ଭୁବନେଶ୍ୱର(ଏନଏନଏସ୍): ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗର ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖରୁ ବଢିବ ବର୍ଷାର ପରିମାଣ । ଏନେଇ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜୁଲାଇ ମାସରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହୋଇପାରେ। ଓଡ଼ିଶାରେ ମଧ୍ୟ ଜୁଲାଇରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ ହୋଇପାରେ। କିନ୍ତୁ ଏବେ ମୌସୁମୀ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା ଦିନରେ ବର୍ଷାର ପରିମାଣ ବଢିପାରେ ବୋଲି ସୂଚନା ପ୍ରକାଶ ପାଇଛି।