ଏଣିକି ପୂଜା ପାଠ ଆଉ ବଂଶାନୁକ୍ରମିକ ହୋଇ ରହିବ ନାହିଁ । ମନ୍ଦିରରେ ପୂଜା କରିବାକୁ ହେଲେ ହାସଲ କରିବାକୁ ପଡ଼ିବ ଡିଗ୍ରୀ । ଏକଥା ଆମେ କହୁନୁ ଏଭଳି ରାୟ ଶୁଣାଇଛନ୍ତି ମାଡ୍ରାସ ଉଚ୍ଚ ନ୍ୟାୟାଳୟ ।
ମାଡ୍ରାସ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ମନ୍ଦିରରେ ପୂଜାରୀ ନିଯୁକ୍ତି ପାଇଁ ବଶାଂନୁକ୍ରମିକର କୌଣସି ଭୂମିକା ନାହିଁ ବୋଲି କୁହାଯାଇଛି । ଉଚ୍ଚ ନ୍ୟାୟାଳୟର ଦାବି ଅନୁଯାୟୀ ମନ୍ଦିରରେ ଆବଶ୍ୟକତା ଅନୁଯାୟୀ ପୂଜା-ବିଧି ଜଣାଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି କରାଯିବ । ଉଚ୍ଚ ନ୍ୟାୟାଳୟ ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନେ୍ଦାବସ୍ତ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ବିରୋଧରେ ମୁଥୁ ସୁବ୍ରମଣ୍ୟମ ଗୁରୁକ୍କଳ ଦ୍ୱାରା ଦାଖଲ କରାଯାଇଥିବା ଏକ କେସ୍ ର ଶୁଣାଣୀ କରିବା ସମୟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ସୂଚନାଯୋଗ୍ୟ ଏହି ବିଜ୍ଞାପନରେ ସଲେମ ସ୍ଥିତ ଶ୍ରୀ ସୁଗବନେଶ୍ୱର ସ୍ୱାମୀ ମନ୍ଦିରରେ ଏକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଥିଲା । କିନ୍ତୁ ଏହି ବିଜ୍ଞାପନ ବଶାଂନୁଗତିକ ଅଧିକାରର ଉଲ୍ଲଘଂନ କରୁଛି ବୋଲି କୁହାଯାଇଛି, ଯାହା ପ୍ରାଚୀନ କାଳରୁ ଉତ୍ତରାଧିକାରୀ ଭାବେ ପ୍ରଥା ଓ ପରମ୍ପରା ଅନୁସାରେ ମନ୍ଦିରରେ ସେବା କରିଆସୁଛନ୍ତି । ଏହି କେସ୍ ର ଶୁଣାଣୀ ସମୟରେ ପ୍ରତିପକ୍ଷ ଓକିଲ ମଧ୍ୟ ନିଜର ଯୁକ୍ତି ରଖିଥିଲେ । ନିଦ୍ଦିଷ୍ଟ ସମ୍ପ୍ରଦାୟ ତଥା ପରିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନେ ହିଁ ପୂଜା କରିପାରିବେ। କିନ୍ତୁ ଏହି ଯୁକ୍ତିକୁ ବିଚାରପତି ଅଗ୍ରାହ୍ୟ କରିବା ସହ ଉପଯୁକ୍ତ ପୂଜାରୀ ଚୟନ ପାଇଁ ମନ୍ଦିର ପରିଚାଳକଙ୍କୁ ନିର୍ଦେଶ ଦେଇଥିଲେ ।
ଅନ୍ୟପଟେ ଏ ବାବଦରେ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ମନ୍ଦିର କୌଣସି କାରଖାନା ନୁହେଁ । ଏଠାରେ ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ ।