ଏନଏନଏସ୍: ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସୂଚନାଯୋଗ୍ୟ ସରକାରଙ୍କ ସହ ସଂଗଠନରେ ଅଦଳବଦଳ ହେବା ନେଇ ବୈଠକରେ ଆଲୋଚନା ହେବା ସହ ନାଗରିକ ସଂହିତା ଉପରେ ମଧ୍ୟ ଆଲୋଚନ ହେବାର ସୂଚନା ରହିଛି ।
ଗତ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍ ସନ୍ତୋଷଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।