ଏନଏନଏସ୍: ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଏନେଇ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଛି। କେବଳ ଅଜିତ ପାୱାର ନୁହଁନ୍ତି ଏନସିପିର ବରିଷ୍ଠ ନେତା ଥବା ଛଗନ ଭୁଜବଳ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାସହ ଦିଲ୍ଲୀପ ବଲସେ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେପଟେ ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ , କିରଣ ଓ ହସନ ମୁଶ୍ରୀଫ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଅନ୍ୟପଟେ ଅଜିତ ପାୱାରଙ୍କ ବାସଭବନରେ ଏନସିପି ବିଧାୟକମାନେ ବୈଠକ କରିବା ପରେ ରାଜଭବନ ଯାଇ ସିନ୍ଦେ ସରକାରଙ୍କୁ ସମର୍ଥନ କରିବା ମାମଲା ଉପରେ କିଛି ଜାଣି ନଥିବା କଥା କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର।