ଏନଏନଏସ୍: ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ଏସି ବସ୍। ଜୀବନ୍ତ ଜଳିଗଲେ ୨୬ ଜଣ ଯାତ୍ରୀ । ସୂଚନାଯୋଗ୍ୟ ବସ୍ ରେ ଡ୍ରାଇଭରଙ୍କ ସମେତ ୩୩ଜଣ ଯାତ୍ରୀ ରହିଥିଲେ । ବସଟି ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଏକ୍ସପ୍ରେସ୍ ୱେରେ ଥିବା ଡିଭାଇଡରରେ ମାଡ଼ ହୋଇଥିଲା । ଫଳରେ ବସଟି ଜଳିଯାଇଥିଲା । ଏଥିରେ ୨୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।
ଡ୍ରାଇଭରଙ୍କ କହିବା ଅନୁସାରେ ଦୁର୍ଘଟଣା ରାତି ପାଖାପାଖି ୧.୨୬ ମିନିଟ୍ ରେ ହୋଇଥିଲା । ବସ୍ ଟାୟାର ଫାଟିଯିବାରୁ ଡିଭାଇଡରରେ ମାଡ ହୋଇଥିଲା ଓ ପରେ ବସରେ ନିଆଁ ଲାଗିଯାଇଥିଲା । ବସଟି ଓଲଟି ପଡ଼ିଥିବାରୁ ଲୋକଙ୍କୁ ବାହାରକୁ ଆଣିବାରେ ଅସୁବିଧା ହୋଇଥିଲା । କିଛି ଲୋକ କାରର କାଚ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ । ଘଟଣା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।