ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ କମିଛି ବର୍ଷାର ପରିମାଣ । କିନ୍ତୁ ତାପମାତ୍ରା ବଢିଥିବା ବେଳେ ଉଚ୍ଚ ଆର୍ଦ୍ରତା ରହିଛି । ଯାହା ଫଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସୂଚନା ଅନୁଯାୟୀ ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀର ତାପମାତ୍ରା ୩୬ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲିରେ ୩୬, ସମ୍ବଲପୁରରେ ୩୫, ହୀରାକୁଦରେ ୩୪ ଦଶମିକ ୪, ପୁରୀରେ ୩୩ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି ।