କର୍ପୋରେଟରଙ୍କ ଶ୍ରୀଧର ଜେନାଙ୍କ ଭାଇ ଓ ତାଙ୍କ ପୁତୁରାଙ୍କୁ ଗୁଳିମାଡ଼ ହୋଇଛି। ଏଭଳି ଘଟଣା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆହତମାନେ ହେଲେ କର୍ପୋରେଟରଙ୍କ ବଡ଼ ଭାଇ ଶିଖର ଜେନା ଓ ତାଙ୍କ ପୁତୁରା ଆଲୋକ ଜେନା। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅଭିଯୁକ୍ତମାନେ ଘଟଣାସ୍ଥଳରେ ୧୨ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ହେବାର ଆଶଙ୍କା ଥିବାରୁ ଝାରପଡ଼ାରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି। ରାଜନୈତିକ ଆକ୍ରୋଶରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।