ବ୍ରହ୍ମପୁର(ଏନଏନଏସ୍): ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଘର, ଅଫିସରେ ଚାଲିଛି ରେଡ୍ । ଅଫିସ ଗାଡ଼ିରେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବାବେଳେ ଗଣିଆ ନାଳ ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍। ଗାଡ଼ିରୁ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଏବଂ ସରକାରୀ ବାସଭବନରୁ ଟଙ୍କା ଜବତ ହୋଇଛି । ବ୍ରହ୍ମପୁରର ୬ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି । ଗତକାଲି ରାତି ଅଧରୁ ଦିଗପହଣ୍ଡି କାର୍ୟ୍ୟାଳୟ, ସରକାରୀ ବାସଭବନରେ ଯାଞ୍ଚ କରାଯାଇଥିଲା । ଏହି ଚଢାଉରେ ଭିଜିଲାନ୍ସର ୬ଜଣିଆ ଟିମ୍ ସାମିଲ୍ ଅଛନ୍ତି ।