ଏନଏନଏସ୍: କେଦାରନାଥକୁ ପାଦରେ ଚାଲି ଚାଲି ଯାଉଥିବା ଯାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା । ଖରାପ ପାଗ ଓ ରାସ୍ତା ଖରାପକୁ ନଜରରେ ରଖି କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଆଜି ସକାଳୁ କେଦାରନାଥ ଧାମ ସହିତ ପାଦ ଚଲା ରାସ୍ତା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଏନେଇ ପ୍ରଶାସନ ତରଫରୁ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାଗ ବଦଳିବା ପରେ ପୁଣି ଯାତ୍ରା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ସୋନପ୍ରୟାଗ ଠାରେ ୫ ହଜାର ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ବେଳେ ଗୌରୀକୁଣ୍ଡ ନିକଟରେ ୩ ହଜାର ଯାତ୍ରୀଙ୍କୁ ରଖାଯାଇଛି ।