ଏନଏନଏସ୍: ଆମେରିକା ମୋଣ୍ଟାନା ନଦୀରେ ଭାଙ୍ଗିପଡିଲା ରେଲୱେ ବ୍ରିଜ୍ । ଫଳରେ ଏହା ଉପରେ ଯାଉଥିବା ମାଲବାହୀ ଟ୍ରେନର ଏକାଧିକ ବଗି ପାଣିରେ ଖସିପଡିଛି । ମାଲଗାଡିର ଟ୍ୟାଙ୍କର ଗୁଡିକରେ ଗରମ ଡାମର ଓ ତରଳ ସଲ୍ଫର ଥିବାରୁ ସେସବୁ ନଦୀ ପାଣିରେ ମିଶି ବିଷାକ୍ତ ହୋଇଯାଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ପାଣିରେ ଏସବୁ ଜିନିଷ ପଡ଼ିବା ପରେ ଏହି ନଦୀରୁ ପାଣି ସପ୍ଲାଏ ହେଉଥିବା ଅଞ୍ଚଳ ଗୁଡିକୁ ପାଣି ଯୋଗାଣ ବନ୍ଦ କରାଯାଇଛି । ସୂଚନା ମୁତାବକ, ୱିଲିଙ୍ଗସ୍ ଠାରୁ ପାଖାପାଖି ୪୦ ମାଇଲ ଦୂର ପଶ୍ଚିମରେ କୋଲମ୍ବସ୍ ସହରର ଷ୍ଟିଲୱାଟର କାଉଣ୍ଟିରେ ହୋଇଥିବା ରେଳ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳକର୍ମଚାରୀ ।