ଏନଏନଏସ୍: ଶିମିଳିପାଳ ଅଭୟାରଣ୍ୟରେ କାର୍ୟ୍ୟରତ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣାରେ କାର୍ୟ୍ୟାନୁଷ୍ଠାନ। ୧୦ ଜଣ ଶିକାରୀ ଗିରଫ । ଗତ ୧୬ ତାରିଖରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ବନପାଳ ତଥା ଉପର ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା ।
ଗାମୁଛାଝରଣ ବିଟ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆ ଯାଇଥିଲା । ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଠାକୁରମୁଣ୍ଡା ଥାନାରେ ମାମଲା ରୁଜୁ କରିବା ସହ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ମାମଲାରେ ୧୦ଜଣକୁ ଗିରଫ କରିଯାଇଛି । ଆଇପିସିର ଧାରା ୩୦୨, ୩୩୨, ୩୫୩, ୧୨୦ଈ, ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି ।