ଏନଏନଏସ୍: ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨ ଦିନିଆ ଇଜିପ୍ଟ ଗସ୍ତ ଆରମ୍ଭ । ଭାରତ ଓ ଇଜିପ୍ଟ ଦୁନିଆର ଦୁଇଟି ବୃହତମ ପ୍ରାଚୀନ ସଭ୍ୟତା ଓ ଉଭୟ ଦେଶ ମଧ୍ୟରେ ସମ୍ପର୍କ ୪ ହଜାର ବର୍ଷ ପୁରୁଣା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭିନ୍ନ ଢଙ୍ଗରେ ଦେଖୁଛନ୍ତି, ଭାରତୀୟ ରାଷ୍ଟ୍ରଦୂତ ଅଜିତ ଗୁପ୍ତେ । ସମୁଦ୍ର ପଥରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ରହିଆସିଥିବା ବେଳେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।
ଇଜପ୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି କାଇରୋରେ ଥିବା ଏକାଦଶ ଶତାବ୍ଦୀରେ ନିର୍ମିତ ଅଲ୍- ହାକିମ ମସଜିଦ ବୁଲି ଦେଖିବା କାର୍ୟ୍ୟକ୍ରମ ରହିଛି। ଏହାପରେ ଇଜିପ୍ଟରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାଇରୋରେ ଥିବା ହେଲିଓପୋଲିସ୍ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କରିବେ ।