ପୁରୀ(ଏନଏନଏସ୍): ଆଜିଠାରୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ଆରମ୍ଭ । ଗତକାଲି ଶରଧାବାଲିରୁ ରଥାରୁଢ଼ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା ।
ଆଜି ଭକ୍ତଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା । ଚଳିତ ବର୍ଷ ରଥ ବିଳମ୍ବରେ ପହଞ୍ଚିବାରୁ ଭକ୍ତଙ୍କୁ ୫ ଦିନ ଆଡ଼ପ ଅବଢ଼ା ମିଳିବ। ବିଶ୍ୱାସ ରହିଛି ଆଡ଼ପ ମଣ୍ଡପରେ ଥରେ ଦର୍ଶନ କରିବା ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡ଼ପ ଦର୍ଶନ ପାଇଁ କେତେଦୂରରୁ ଦୌଡ଼ି ଆସିଥାନ୍ତି।