ଭୁବନେଶ୍ୱର(ଏନଏନଏସ୍): ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମିଳିବ ତ୍ରାହି । ଆସନ୍ତାକାଲିଠାରୁ ୨ଦିନ ପର୍ଯ୍ୟନ୍ତ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିପାରେ । ଏନେଇ ଆଇଏମଡି ପୂର୍ବାନୁମାନ ସୂଚନା ଜାରି କରିଛି । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଆଜି ରାଜ୍ୟରେ ଗ୍ରୀଷ୍ମପ୍ରବାହ ସାମାନ୍ୟ ହ୍ରାସ ପାଇଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁରରେ ୩୭.୬ ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ ଓ ଚାନ୍ଦବାଲିରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।