ପୁରୀ(ଏନଏନଏସ୍): ପବିତ୍ର ଘୋଷଯାତ୍ରାରେ ଶୃଙ୍ଖଳିତ ହେବ ରଥଟଣା । ଏନେଇ ଚାଲିଛି ମକଡ୍ରିଲ୍ । ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଉଛି । ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ ଏବଂ ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଉଛି। ଏହି ମକଡ୍ରିଲ୍ ରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମଧ୍ୟ ସାମିଲ ଅଛନ୍ତି। ଏଡିଜି ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି।
ଚଳିତବର୍ଷ ସୁରକ୍ଷିତ ରଥଯାତ୍ରା ପାଇଁ ୧୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଅନ୍ୟପଟେ ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।