ଏନଏନଏସ୍: ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଡ୍ରୋନ ଡିଲ ପାଇଁ ଭାରତକୁ ରାଜି କରାଇଛି ଆମେରିକା। ଏଥିପାଇଁ ଓ୍ଵାସିଂଟନ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି। ଆମେରିକା ଠାରୁ ୩୦ଟି MQ9 ସି ଗାର୍ଡିଆନ ଡ୍ରୋନ କିଣିବାକୁ ସହମତି ପ୍ରକାଶ କରିଛି ଭାରତ। ପ୍ରତିରକ୍ଷା ସଂରଜାମ ଆମଦାନୀ ପାଇଁ ଗଠିତ ଡିଫେନ୍ ଆକ୍ୱିଜିସନ କାଉନସିଲ ଏଥିପାଇଁ ସହମତି ପ୍ରକାଶ କରିଥିଲା। ତେବେ ଆମେରିକା ଠାରୁ ଏହି ଡ୍ରୋନ କିଣିବା ନେଇ ଆହୁରି ଅନେକ ପ୍ରକ୍ରିୟା ବାକି ରହିଛି। ଅନ୍ୟପଟେ ଆସନ୍ତା ୨୦ ତାରିଖରୁ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ବେଶ ଉତ୍ସାହିତ ରହିଛି।
ସୂଚନାଯୋଗ୍ୟ ଜୁନ ୨୨ରେ ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସାକ୍ଷାତ କରିବେ ମୋଦି । ଦୁଇ ନେତାଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହେବ। ମୋଦିଙ୍କ ଏହି ଗସ୍ତରୁ ଭାରତକୁ ଭଲ ଫଳାଫଳ ମିଳିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।