ପୁରୀ(ଏନଏନଏସ୍): ଆଉ ଦିନକ ପରେ ପବିତ୍ର ଘୋଷଯାତ୍ରା । ରତ୍ନବେଦୀ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଏନେଇ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇସାରିଛି । ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟାରେ ମଙ୍ଗଳ ଆଳତି କରାଯିବ। ୬.୧୦ରେ ମଇଲମ, ୬.୩୦ ତଡ଼ପ ଲାଗି, ୬.୨୦ରେ ରୋଷ ହୋମ, ୭.୦୦ରେ ଅବକାଶ, ୭.୧୦ରେ ସୂର୍ୟ୍ୟପୂଜା, ୭.୩୦ରେ ଦ୍ବାରପାଳ ପୂଜା, ୭.୩୦ରେ ବେଶ ଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଲାଗି) ସକାଳ ୮.୦୦ରୁ ୯.୦୦ , ୯ ଟାରେ ରଥ ପ୍ରତିଷ୍ଠା, ୯.୧୫ରେ ମଙ୍ଗଳାର୍ପଣ, ୯.୩୦ରେ ପହଣ୍ଡି ଆରମ୍ଭ, ୧୨.୩୦ରେ ପହଣ୍ଡି ଶେଷ। ୧୨,୩୦ରୁ ୧,୦୦ ଟା ପର୍ୟ୍ୟନ୍ତ ଶ୍ରୀମଦନ ମୋହନ, ଶ୍ରୀରାମକ୍ଷ୍ଣ ବିଜେ । ଚିତା ଲାଗି ୧ଟା ୩୦ରୁ ୨ଟା ପର୍ୟ୍ୟନ୍ତ। ବେଶ ଶେଷ ୧.୩୦ରୁ ୨.୩୦ ପର୍ୟ୍ୟନ୍ତ। ଛେରା ପହଁରା ୨.୩୦ରୁ ୩.୩୦ । ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ୩ ରୁ ୪ଟା। ରଥଟଣା ଅପରାହ୍ନ ୪ଟା ରୁ ଆରମ୍ଭ ।