ପୁରୀ(ଏନଏନଏସ୍): ସୁସ୍ଥ ହେଲେ ମହାପ୍ରଭୁ । ଅଣସର ଘରେ ଚାଲିଛି ବନକଲାଗି ନୀତି । ଅନ୍ୟପଟେ ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଏନେଇ ଗତକାଲି ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସାଢ଼େ ୭ଟାରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ ୯ଟା ପର୍ୟ୍ୟନ୍ତ ହେବ । ଏହାପରେ ସକାଳ ୯ଟା ଠାରୁ ୧୧ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।