ଏନଏନଏସ୍: ମଧ୍ୟପ୍ରଦେଶ ଭୋପାଳରେ ଏକ ସରକାରୀ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ସତପୁରା ଭବନର ତୃତୀୟ ମହଲାରେ ନିଆଁ ଲାଗିବା ପରେ ଏହା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହାଲାକୁ ବ୍ୟାପିଥିଲା । ଫଳରେ ଉକ୍ତ କୋଠରୀରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।