ପୁରୀ(ଏନଏନଏସ୍): ପବିତ୍ର ଘୋଷଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ । ପୂର୍ବାହ୍ନ ସାଢେ ୧୧ଟା ରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭର୍ଚୁଆଲ ମୋଡରେ ବୈଠକ ପରିଚାଳନା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ, ସେବାୟତ ନିଯୋଗ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ରଥଯାତ୍ରା ପରିଚାଳନା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।