ଭୁବନେଶ୍ୱର(ଏନଏନଏସ୍): ମଞ୍ଚ ଉପରେ ଶକ୍ତି ମନ୍ତ୍ରୀ, ଚାଲିଗଲା ବିଜୁଳି। ବାଲେଶ୍ୱରରେ ଶକ୍ତି ମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଚାଲିଥିବା ବେଳେ ବିଦ୍ୟୁତ ଚାଲିଯାଇଥିବା ଦେଖିବାକୁ ମିଳିଛି। ବାହାନଗାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ପାଇଁ ହେଉଥିବା ସଭା ଆରମ୍ଭରେ ଏପରି ଘଟଣା ଘଟିଛି।
ନିଜେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଦ୍ୟୁତ କଟିବା ପରେ ଅନେକ ପ୍ରଶ୍ନ ଉଠୁଛି। କାରଣ କାଳବୈଶାଖୀ ନ ଥାଇ ତଥା ପାଗ ଭଲ ସତ୍ତ୍ୱେ ବିଦ୍ୟୁତ କଟିଯାଇଛି। ତେବେ ବିଜୁଳି କଟିଯିବାରୁ ଜେନେରେଟର ଯୋଗେ ସଭାକାର୍ୟ୍ୟ ଆରମ୍ଭ ହୋଇଛି। କେବଳ ଶକ୍ତମନ୍ତ୍ରୀ ନୁହଁନ୍ତି, ଏହି ସଭାରେ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।
ସେପଟେ ରାଜ୍ୟରେ ବିଦ୍ୟୁତ୍ କାଟ୍ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି। ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ।