ଆଜିକାଲି ଅଧିକାଂଶ ଲୋକଙ୍କ ମୋବାଇଲ ହଜିବା କିମ୍ବା ଚୋରି ହେବା ଭଳି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ଏବେ ଆଉ ଆପଣଙ୍କୁ ଏଭଳି କ୍ଷେତ୍ରରେ ହଇରାଣ ହେବାକୁ ପଡ଼ିବନି କି ଚିନ୍ତା କରିବାକୁ ପଡ଼ିବନି । କାରଣ ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିକାରର ବ୍ୟବସ୍ଥା କରାଯାଇଛି।
ଆପଣଙ୍କ ମୋବାଇଲ୍ ଫୋନ ଚୋରି ହେଲେ ପ୍ରଥମେ କରିବେ କ’ଣ ?
ଯଦି ଆପଣଙ୍କ ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ଆପଣ ଅଯଥା ଚିନ୍ତା ନକରି ପ୍ରଥମେ ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍ କରି ନିଜ ମୋବାଇଲକୁ ବ୍ଲକ୍ କରନ୍ତୁ । କାରଣ ଏହି ପଦକ୍ଷେପ ଆପଣଙ୍କୁ ବଡ଼ ସାଇବର ଠକେଇରୁ ରକ୍ଷା କରିପାରିବ । ଏନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଏକ ସଚେତନତା ଭିଡିଓ ଜାରି କରିଛନ୍ତି ।