ଭୁବନେଶ୍ୱର(ଏନଏନଏସ୍): ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ଅିମତ ଶାହା । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ଯୋଗ ଦେବେ ଅମିତ ଶାହା । ଏହି ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏହି କାର୍ୟ୍ୟକ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ । ଏହି ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।