ଭୁବନେଶ୍ୱର(ଏନଏନଏସ୍): ଆଉ ନିସ୍ତାର ପାଇବେ ନାହିଁ ହାଇସିକ୍ୟୁରିଟୀ ନମ୍ବର ଲଗାଇନଥିବା ଚାଳକ। ଜୁନ୍ ୨୩ରୁ ଜୋରଦାର ହେବ ଗାଡ଼ି ଯାଂଚ। ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଦେବାକୁ ପଡିବ ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଯାଞ୍ଚ ବେଳେ ନୂଆ ନମ୍ବର ପ୍ଲେଟ୍ ଲାଗିନଥିଲେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ଏଥିସହ ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ । ଏନେଇ ଏକ ପ୍ରେସ ନୋଟ୍ ଜରିଆରେ ସୂଚନା ଦେଇଛନ୍ତି ସଡ଼କ ସୁରକ୍ଷା ପରିବହନ କମିଶନର ଲାଲମୋହନ ସେଠୀ ।
ପୂର୍ବ ସୂଚନା ଅନୁଯାୟୀ ଚଳିତବର୍ଷ ଫେବୃୟାରୀ ୨୮ ତାରିଖ ସୁଦ୍ଧା ଗାଡିରେ ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ବି ଅନେକ ଗାଡିରେ ହାଇସିକୁ୍ୟରିଟି ନମ୍ବର ପ୍ଲେଟ ନଥିବା ଦେଖିବାକୁ ମିଳିଛି ।