ଏନଏନଏସ୍: ଦିଲ୍ଲୀର ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ । ଜୀବନକୁ ବାଜି ଲଗାଇ ୨୦ ନବଜାତ ଶିଶୁଙ୍କ ଜୀବନ ରକ୍ଷା କଲେ ଅଗ୍ନିଶମବାହିନୀ । ସୂଚନାଯୋଗ୍ୟ ଆଜି ସକାଳୁ ଦିଲ୍ଲୀର ବୈଶାଳୀ ଅଞ୍ଚଳରେ ଅବସ୍ଥିତ ନୁ୍ୟ ବର୍ଣ୍ଣ ଚାଇଲ୍ଡ ହସ୍ପିଟାଲରେ ହଠାତ୍ ନିଆଁ ଲାଗିଯାଇଥିଲା ।
ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀର ୯ଟି ଗାଡି ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ସଠିକ୍ ସମୟରେ ଅଗ୍ନିଶମବାହିନୀର ପଦକ୍ଷେପ ଯୋଗୁ ଅନେକ ଜୀବନ ବଞ୍ଚିଯିବା ସହ କାହାର କିଛି କ୍ଷୟକ୍ଷତି ହୋଇନଥଇବା ସୂଚନା ମିଳିଛି ।