ଏନଏନଏସ୍: ଦୁଇ ଦିନିଆ ରାୟଗଡା ଗସ୍ତରେ ଅଛନ୍ତି ଫାଇଭ ଟି ସଚିବ । ରାୟଗଡ଼ାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ୫-ଟି ସଚିବ ପ୍ରଥମେ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ । ସେଠାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ନେଇ ଡାକ୍ତର ଏବଂ ରୋଗୀଙ୍କ ସହ ଆଲୋଚନା କରିଥିଲେ ।
ଶେଷରେ ମା ମଝିଘରିଆଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ରୁପାନ୍ତରୀକରଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ୬ରୁ ୮ ମାସ ମଧ୍ୟରେ ମନ୍ଦିର ରୂପାନ୍ତରିକରଣ ହେବା ନେଇ କହିଛନ୍ତି ଫାଇଭ ଟି ସଚିବ ।