ଏନଏନଏସ୍: ଖୋଲିବ ହୀରାକୁଦ ଗେଟ୍ । ଜୁନ୍ ପହିଲାରୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୦୩ ଫୁଟ ଜଳ ରହିଛି । ବଳକା ଜଳକୁ ମହାନଦୀକୁ ଛାଡି ଜଳଭଣ୍ଡାରକୁ ଫାଙ୍କା ରଖିବେ ଡ୍ୟାମ କର୍ତ୍ତୃପକ୍ଷ । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଯେ କୌଣସି ମୁହୂର୍ତ୍ତରେ ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ମହାନଦୀ ଅବବାହିକାର ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି ।
ଗେଟ୍ ଖୋଲିବାର ଦୁଇ ଘଣ୍ଟା ଆଗରୁ ସାଇରନ ବାଜିବ। ଗେଟ ଖୋଲିବା ସମୟରେ ମହାନଦୀ ଭିତରେ ଯେପରି କେହି ଚଳପ୍ରଚଳ ନହେବେ, ଗାଈଗୋରୁ ଯେପରି ବିଚରଣ ନକରିବେ ଏବଂ ମାଛ ଧରିବା ପାଇଁ କେହି ଯେପରି ନଯିବେ ସେଥିପ୍ରତି ସଜାଗ ରହିବାକୁ ମହାନଦୀ ଅବବାହିକାର ଜିଲ୍ଲାପାଳ ଓ ରାଜ୍ୟ ଜଳସମ୍ପଦ ବିଭାଗକୁ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।