ଭୁବନେଶ୍ୱର(ଏନଏନଏସ୍): ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ଏନେଇ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। କେରଳ ଉପକୂଳରେ ମେଘର ଘନତ୍ୱ ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ବାୟୁର ସକ୍ରିୟତା ଏହି ସୂଚନା ଦେଉଛି । ଏନେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ସୂଚନା ରହିଛି । ମୌସୁମୀ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।