ଏନଏନଏସ୍: ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗୃହମନ୍ତ୍ରଣାଳୟ ତରଫରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପୁରସ୍କୃତ ହେବା ପରେ ରାଷ୍ଟ୍ରପତି କହିଛନ୍ତି, ସୁରିନାମ ତରଫରୁ ଦେଶର ସର୍ବୋଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି । ଏହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ଏହି ପୁରସ୍କାର କେବଳ ତାଙ୍କୁ ନୁହେଁ ବରଂ ଭାରତର ୧୪୦ କୋଟି ଲୋକଙ୍କୁ ଗର୍ବିତ କରିଛି ବୋଲି ସେ କହିଛନ୍ତି । ଏହି ପୁରସ୍କାରର ଶ୍ରେୟ ସେ ଭାରତରେ ରହୁଥିବା ସୁରିନାମ ନାଗରିକଙ୍କୁ ଦେଇଛନ୍ତି । ସେ କହିଛନ୍ତି ଭାରତରେ ରହୁଥିବା ସୁରିନାମ ନାଗରିକଙ୍କ ପାଇଁ ଭାରତ ଓ ସୁରିନାମ ମଧ୍ୟରେ ସଂପର୍କ ମଜବୁତ ହୋଇଛି ।