ପୁରୀ(ଏନଏନଏସ୍): ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସେବା । ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ଏନେଇ ଗତକାଲି ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ଅନ୍ୟପଟେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆରମ୍ଭ କରିଛନ୍ତି ଗୁପ୍ତସେବା । ୧୫ ଦିନ ଧରି ଏବେ ଦଇତାପତି ସେବାୟତ ମହାପ୍ରଭୁଙ୍କ ସେବା କରିବେ । ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ୧୫ ଦିନ ତୁଳସୀ ଲାଗି ହେବା ବଦଳରେ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ପଣା ଓ ଚକଟା ଭୋଗ ଲାଗି କରାଯାଏ ।