ବାଲେଶ୍ୱର(ଏନଏନଏସ୍): ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଯାଇଛି । ଦୁଇଟି ସୁପର୍ ଫାଷ୍ଟ ଓ ଗୋଟିଏ ମାଲଗାଡି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଦୁଇଟି ଏକ୍ସପ୍ରେସ୍ ଓ ଗୋଟିଏ ମାଲଗାଡି ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଫଳରେ ୨୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଅନ୍ୟପଟେ ଦୁର୍ଘଟଣା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣାସ୍ଥଳ ବାଲେଶ୍ୱର ଯିବେ ଓ ଏହାପରେ କଟକ SCB ମେଡିକାଲ୍ରେ ଆହତ ରେଳଯାତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।