ଏନଏନଏସ୍: ଗୁରୁବାର ଦିନ କଲୋରାଡୋରେ ଆୟୋଜିତ ବାୟୁସେନା ଏକାଡେମୀର ସମାରୋହ ଅବସରରେ ଭାଷଣ ଦେବା ପରେ ମଞ୍ଚ ଉପରେ ପଡିଗଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍ ଓ ଜଣେ ବାୟୁସେନା ଅଧିକାରୀ ତୁରନ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ଉଠାଇ ଠିଆ କରାଇଥିଲେ। ସୂଚନାଯୋଗ୍ୟ ମଞ୍ଚ ଉପରେ ଥିବା ବାଲି ବସ୍ତା ଝୁଣ୍ଟିବା ପରେ ବାଇଡେନ୍ ପଡିଯାଇଥିବା ଜଣାପଡିଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
<iframe width=”400″ height=”500″ frameborder=”0″ src=”https://www.bbc.com/news/av-embeds/65783589/vpid/p0frsj79″></iframe>
video courtesy : By Sam Cabral BBC News, Washington
ଏହାପରେ, କାହାରି ସହାୟତା ବିନା ବାଇଡେନ୍ ନିଜେ ସିଧାସଳଖ ଚାଲି ଚାଲି ଯାଇଥିଲେ। ଅନ୍ୟପଟେ ରାଷ୍ଟ୍ରପତି ଜୋ ବାଇଡେନ୍ ବର୍ତ୍ତମାନ ସୁସ୍ଥ ଥିବା କଥା ହ୍ୱାଇଟ୍ ହାଉସ୍ କମ୍ୟୁନିକେସନ୍ସ ଡାଇରେକ୍ଟର୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।