ଗଞ୍ଜାମ(ଏନଏନଏସ୍): ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀରେ ଅଘଟଣ । ସମୁଦ୍ରରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ନିଖୋଜ ଥିବା ଜଣାପଡ଼ିଛି । ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ଶେରଗଡ଼ର ଗୁଡିଲି ମିଶ୍ର । ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିଲେ ।
ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସ୍ନାନ କରିବା ବେଳେ ଅସାବଧାନତା ହେତୁ ପାଣିରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟଜଣେ ନିଖୋଜ ଥିବା ଜଣାପଡ଼ିଛି । ଅନ୍ୟପଟେ ଖବର ପାଇ ଗ୍ରାମବାସୀ ଏବଂ ଓଡ୍ରାଫ ଟିମ୍ ଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।