ଏନଏନଏସ୍: ଆଧାରକାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକୁ୍ୟମେଣ୍ଟ । ଆଧାରକାର୍ଡ ବିନା କୌଣସି ସହୟତା ମଧ୍ୟ ପାଇବା କଷ୍ଟକର । ତେଣୁ ଆଧାରକାର୍ଡ ସମ୍ବନ୍ଧିତ ଯଦି କିଛି କାର୍ଯ୍ୟ ରହିଛି ତେବେ ଆପଣ ତୁରନ୍ତ କରାଇନିଅନ୍ତୁ । ଏନେଇ ଆଧାରକାର୍ଡ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁଡିଏଆଇ ତରଫରୁ ଯାହାର ଆଧାରକାର୍ଡ ୧୦ ବର୍ଷରୁ ଅଧିକ ହୋଇଛି ତାହାକୁ ଅପଡେଟ୍ କରାଇନେବାକୁ ସୂଚନା ଜାରି କରାଯାଇଛି । ସାଧାରଣ ଭାବେ ଆଧାରକାର୍ଡ ଅପଡେଟ୍ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିଥାଏ। ହେଲେ ୟୁଡିଏଆଇ ଏବେ ଏହାକୁ ମାଗଣା କରିବାର ସୁବିଧା ଦେଇଛି ।
ଆଧାରକାର୍ଡରେ ଲୋକଙ୍କ ନାମ, ଠିକଣା, ଫଟୋ ଓ ବାୟୋମେଟ୍ରିକ ଭଳି ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ । ଡିଜିଟାଲ ଇଣ୍ଡିଆ କ୍ରମରେ ଚଳିତବର୍ଷ ଜୁନ ୧୪ ତାରିଖ ମଧ୍ୟରେ ଆଧାରକାର୍ଡକୁ ମାଗଣାରେ ଅପଡେଟ୍ କରିପାରିବେ । ଯଦି ଆପଣ ଏହି ତାରିଖ ମଧ୍ୟରେ ଆଧାରକାର୍ଡ ଅପଡେଟ୍ କରୁନାହାଁନ୍ତି ତେବେ ଆପଣଙ୍କୁ ୧୦୦ କିମ୍ବା ତା ଠାରୁ ଅଧିକ ଟଙ୍କା ଦେବାକୁ ପଡିବ ।