ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ଅସହ୍ୟ ଗରମ । ଜଳୁଛି ରାଜଧାନୀ । ସକାଳୁ ସକାଳୁ ଟାଣ ଖରା। ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭ଡିଗ୍ରୀ ହୋଇଛି । ସେହିଭଳି ସମ୍ବଲପୁର ଓ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁର ଓ ଝାରସୁଗୁଡାରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୩୯.୨, ଚାନ୍ଦବାଲି ୩୭ ଓ କେନ୍ଦୁଝର ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଅନ୍ୟପଟେ ଆଦ୍ରତା ୭୫ ଭାଗ ରହିଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭବ ହେଉଛି । ତେବେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।