ପୁରୀ(ଏନଏନଏସ୍): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ । ଏନେଇ ଆଜି ତିନି ରଥର ୪ ନାହାକା ଉଠିଛି । ଆଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆସୁଥିବା ବେଳେ ଏହା ପୂର୍ବରୁ ୪ ନାହାକା କାର୍ଯ୍ୟ ଶେଷ ହୋଇଛି । ନିୟମ ଅନୁଯାୟୀ ଭୋଇ ସେବକଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି ।
ସେହିଭଳି ତିନି ରଥର ୫ ଦଣ୍ଡାରେ କଣ୍ଟା ବାଡିଆ ସହ ଆଗଆଣି ଓ ପଛଆଣି ମୁହାଁଟରେ ଗୁଜ , ଜଳଯନ୍ତ୍ର ଉଠି ତା ଉପରେ ନିରାଡି ସଂଯୋଗ କରାଯାଇଛି । ଏହା ସହ ତିନି ରଥକୁ ପୂର୍ବରୁ ଦୁଇଟି ଲେଖାଏଁ ଗରଗରା ଉଠିଥିଲା । ଏବେ ସୁଦ୍ଧା ତିନି ରଥରେ ଗରଗରାରେ କଣ୍ଟା ବାଡିଆ ପୂର୍ବରୁ ତିନି ରଥର ମହାରଣାମାନେ ଗରଗରା ପଛ ଭାଗ ଓ ଦଣ୍ଡାର ଉପରଭାଗ ଅର୍ଦ୍ଧ ବର୍ଗାକାର ଖୋଦେଇ ସହ ବିନ୍ଧ କରିଛନ୍ତି । ଏହାପରେ ତିନି ରଥର ଉଭୟ ପାଶ୍ୱର୍ରେ ଗରଗରାରେ କଂଟା ବାଡିଆ କାର୍ୟ୍ୟ ସମ୍ପନ୍ନ କରିଛନ୍ତି ।