ଚଳିତବର୍ଷର ସବୁଠାରୁ ହିଟ୍ ଫିଲ୍ମ ହେଉଛି “ଆଦିପୁରୁଷ” । ଅନେକ ବାନ ବିବାଦ ପରେ ଏହି ଫିଲ୍ମର ଚର୍ଚ୍ଚା ଜୋର୍ ଧରିଛି । ଏସବୁ ମଧ୍ୟରେ ଫିଲ୍ମ “ଆଦିପୁରୁଷ”ର ‘ରାମ ସିୟା ରାମ’ ଗୀତ ସୋସିଆଲ ମିଡ଼ିଆରେ ରିଲିଜ୍ ହୋଇଛି । ଏହି ଗୀତ ରିଲିଜ୍ ହେବା ପରେ ଚାରିଆଡେ ଛାଇ ଯାଇଛି । ରିଲିଜ୍ ହୋଇଥିବା ଏହି ଗୀତର ଭିଡ଼ିଓରେ ଜାନକୀ ଏବଂ ରାଘବଙ୍କର ସୁନ୍ଦର ଏବଂ ଇମୋସନାଲ୍ ଲଭଷ୍ଟୋରୀ ଦେଖିବାକୁ ମିଳିଛି ।
ଏହି ଫିଲ୍ମର ଗୀତ ‘ଜୟ ଶ୍ରୀରାମ’ ଗୀତ ପରେ ବର୍ତ୍ତମାନ ‘ରାମ ସିୟା ରାମ’ ମଧ୍ୟ ଦର୍ଶକଙ୍କର ଖୁବ୍ ପସନ୍ଦ ଆସିଛି । ଏହି ଗୀତରେ ଜାନକୀ ଭୂମିକାରେ କୃତୀ ସେନନ୍ ଏବଂ ରାଘବ ଭୂମିକାରେ ପ୍ରଭାସଙ୍କର ଶାନଦାର୍ ଅଭିନୟ ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ସିୟା କିପରି ନିଜ ରାଘବଙ୍କ ପାଇଁ ମହଲ ଛାଡି ଆସିଛନ୍ତି ଏବଂ ରାଘବଙ୍କ ସହ ସମ୍ପର୍କ ତୁଟିଯାଇ ପୁଣି ଥରେ କିପରି ଯୋଡି ହେଉଛି ତାହା ଦେଖିବାକୁ ମିଳିଛି ।
video courtesy: T-Series
ଫିଲ୍ମ “ଆଦିପୁରୁଷ”ର ଏହି ନୂଆ ଗୀତ ସୋସିଆଲ ମିଡ଼ିଆରେ ରିଲିଜ୍ ହେବା ପରେ ଭାଇରାଲ ହେବାରେ ଲାଗିଛି । ୨ମିନିଟ୍ ୫୦ସେକେଣ୍ଡର ଏହି ଭିଡ଼ିଓ ଖୁବ୍ ସୁନ୍ଦର ହୋଇଛି । ଏହି ଫିଲ୍ମଟି ଆସନ୍ତା ୧୬ ଜୁନରେ ରିଲିଜ୍ ହେବ । ଓମ୍ ରାଉତଙ୍କ ନିଦେ୍ର୍ଦଶିତ ଫିଲ୍ମ “ଆଦିପୁରୁଷ”ରେ ପ୍ରଭାସ ରାଘବ ଭୂମିକାରେ, କୃତି ସେନନ୍ ଜାନକୀ ଚରିତ୍ରରେ ଏବଂ ସୈଫ୍ ଅଲ୍ଲୀ ଖାନ ରାବଣ ଚରିତ୍ରରେ ଅଭିନୟ କରୁଛନ୍ତି ।