ଶାସ୍ତ୍ରରେ ରୁଦ୍ରାକ୍ଷ ପୂଜନୀୟ ବୋଲି ଉଲ୍ଲେଖ କରାଯାଇଛି । ମାନ୍ୟତା ଅନୁଯାୟୀ ରୁଦ୍ରାକ୍ଷ ଭଗବାନ ଶିବଙ୍କ ଲୁହରୁ ସୃଷ୍ଟି । ଏହି କାରଣରୁ ଏହାକୁ ଚମକ୍ରାରୀ ଏବଂ ଅଲୌକିକ ବୋଲି କୁହାଯାଇଥାଏ । ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଲୋକମାନେ ରୁଦ୍ରାକ୍ଷ ମାଳିରେ ଜପ କରିଥାନ୍ତି। ସେହିଭଳି କୁହାଯାଇଥାଏ ରୁଦ୍ରାକ୍ଷ ଧାରଣ କରିଥିବା ଲୋକଙ୍କ ଉପରେ ଭଗବାନ ଶଙ୍କରଙ୍କର ବିଶେଷ କୃପା ରହିଥାଏ । ରୁଦ୍ରାକ୍ଷ ମାଳି ୧ ମୁଖୀରୁ ଆରମ୍ଭ କରି ୨୧ ମୁଖୀ ପର୍ଯ୍ୟନ୍ତ ରହିଥାଏ । ଏହାର ଭିନ୍ନ ଭିନ୍ନ ମହତ୍ୱ ମଧ୍ୟ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ନିୟମ ଅନୁସାରେ ରୁଦ୍ରାକ୍ଷ ଧାରଣ କରିଥାନ୍ତି ସେହି ବ୍ୟକ୍ତି ଜୀବନରେ ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ରୁଦ୍ରାକ୍ଷ ଧାରଣ କରିବାର କିଛି ଜରୁରୀ ନିୟମ ।
ଜ୍ୟୋତିଷ ଶାସ୍ତ୍ର ଉଲ୍ଲେଖ ଅନୁଯାୟୀ ରୁଦ୍ରାକ୍ଷ ମାଳି ସୋମବାର ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଧାରଣ କରିବା ଉଚିତ୍ । ଏହା ଅତ୍ୟନ୍ତ ପବିତ୍ର ହୋଇଥିବାରୁ ଏହାକୁ ସର୍ବଦା ସ୍ନାନ କାର୍ଯ୍ୟ ସରିବା ପରେ ଧାରଣ କରିବା ଉଚିତ୍ । ସେହିଭଳି ଶୋଇବା ପୂର୍ବରୁ ଏହାକୁ କାଢି ପବିତ୍ର ସ୍ଥାନରେ ରଖନ୍ତୁ ।
ଏଥିସହ ରୁଦ୍ରାକ୍ଷ ମାଳି ଧାରଣ କରିବା ସମୟରେ ଭଗବାନ ଶଙ୍କରଙ୍କୁ ସ୍ମରଣ କରି ଓଁ ନମଃ ଶିବାୟ ଜପ କରନ୍ତୁ । ଏହି ମାଳି ଧାରଣ କରିବା ପାଇଁ ସର୍ବଦା ନାଲି କିମ୍ବା ହଳଦିଆ ରଙ୍ଗର ସୁତା ବ୍ୟବହାର କରନ୍ତୁ ।
ଧ୍ୟାନ ରଖିବେ କେବେ ବି ଧାରଣ କରିଥିବା ରୁଦ୍ରାକ୍ଷ ମାଳି କାହାକୁ ଦିଅନ୍ତୁ ନାହିଁ କି କାହାଠାରୁ ଆଣନ୍ତୁ ନାହିଁ।
ରୁଦ୍ରାକ୍ଷ ମାଳି ଧାରଣ କରିବା ପରେ ଆମିଷ ଭୋଜନ କରନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତିି ଆମିଷ ଭୋଜନ କରୁଛନ୍ତି ତେବେ ଏହି ମାଳି ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ ।
ସେହିଭଳି ରୁଦ୍ରାକ୍ଷ ମାଳିକୁ କେବେ ବି ଶ୍ମସାନକୁ ଯାଆନ୍ତୁ ନାହିଁ । ଏହା ବ୍ୟତୀତ କୌଣସି ଗର୍ଭବତି ମହିଳାମାନେ ରୁଦ୍ରାକ୍ଷ ମାଳି ଧାରଣ କରନ୍ତୁ ନାହିଁ ।