ଟମାଟର ଏଭଳି ଏକ ପରିବା, ଯାହାକୁ ପ୍ରତିଟି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଏପରିିକି ଟମାଟକୁ ଜୁସ୍ କିମ୍ବା ସାଲାଡ୍ ରୂପେ ମଧ୍ୟ ଅଧିକାଂଶ ସେବନ କରାଯାଇଥାଏ । କାରଣ ଟମାଟରେ ଭିଟାମିନ୍-ସି ଏବଂ ଭିଟାମିନ୍-ଇ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ତ୍ୱଚାକୁ ଉତ୍ତମ ରଖିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଟମାଟରେ ଲାଇକୋପିନ୍ ତତ୍ତ୍ୱ ମଧ୍ୟ ରହିଥାଏ, ଯାହା ସମସ୍ତ ତ୍ୱଚା ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏନେଇ ଆଜି ଆମେ ଆପଣଙ୍କୁ ଟମାଟରେ ପ୍ରସ୍ତୁତ ଫେସ୍ ପ୍ୟାକ୍ ବିଷୟରେ ଜଣାଇବୁ । ଯାହାକୁ ବ୍ୟବହାର କରିବା ଦ୍ୱାରା ଟ୍ୟାନ୍ ସମସ୍ୟା ସହ ଡେଡ୍ ସ୍କିନ୍ ରୁ ମୁକ୍ତି ମିଳିଥାଏ । ଯାହାଦ୍ୱାରା ତ୍ୱଚାର ରଙ୍ଗରେ ମଧ୍ୟ ଫରକ୍ ଦେଖାଯାଇଥାଏ । ତେବେ ଜାଣିରଖନ୍ତୁ କିପରି ପ୍ରସ୍ତୁତ କରିବେ ଏହି ଫେସ୍ ପ୍ୟାକ୍. . .
ଆବଶ୍ୟକୀୟ ସାମଗ୍ରୀ:
୩ ଚାମଚ ଟମାଟର ରସ
୧ ଚାମଚ ମହୁ
କିପରି କରିବେ ପ୍ରସ୍ତୁତ:
ଟମାଟ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ଛୋଟ ବାଉଲ୍ ନିଅନ୍ତୁ । ଏହାପରେ ସେଥଥିରେ ଟମାଟ ରସ ବାହାର କରି ମହୁ ପକାନ୍ତୁ । ଏବେ ଏହି ୨ଟି ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ ଟମାଟର ଫେସ୍ ପ୍ୟାକ୍ ପ୍ରସ୍ତୁତ ।
ଏବେ ଆପଣ ଏହି ପ୍ୟାକ୍ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ଆପଣ ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଏହି ପ୍ୟାକ୍ କୁ ମୁହଁରେ ଲଗାନ୍ତୁ । ଲଗାଇବାର ପାଖାପାଖି ୨୦ ମିନିଟ୍ ରଖିବା ପରେ ଖାଲି ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏହି ପ୍ୟାକ୍ କୁ ଆପଣ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଫ୍ରେଶ୍ ଲାଗିବା ସହ ତ୍ୱଚାରେ ଗୋରାପଣ ଦେଖାଯାଇଥାଏ ।