ଭୁବନେଶ୍ୱର(ଏନଏନଏସ୍): ଆସନ୍ତା ୨୮ ତାରିଖରେ ଉଦଘାଟନ ହେବ ନୂଆ ସଂସଦ ଭବନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ‘ସେନଗୋଲ’ ବା ରାଜଦଣ୍ଡ ସ୍ଥାପନ କରିବେ । ସେନଗୋଲ ହେଉଛି ୧୯୪୭ ମସିହା ୧୪ ଅଗଷ୍ଟରେ ବ୍ରିଟିଶମାନଙ୍କ ଠାରୁ ଭାରତକୁ ଶକ୍ତି ହସ୍ତାନ୍ତରର ପ୍ରତୀକ । ଏହା ଚୋଳ ସାମ୍ରାଜ୍ୟର ପରମ୍ପରା। ସେତେବେଳେ ଯିଏ ରାଜା ହେଉଥିଲେ, ତାଙ୍କୁ ରାଜଦଣ୍ଡ ଦିଆଯାଉଥିଲା ।
୧୯୪୭ ଅଗଷ୍ଟ ୧୪ ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ସେନଗୋଲ ଗ୍ରହଣ କରିଥିଲେ । ସେହି ସମୟରେ ଏହାକୁ ତାମିଲନାଡୁରୁ ଅଣାଯାଇଥିଲା । ସୂଚନାଯୋଗ୍ୟ ବର୍ତ୍ତମାନ ଏହି ସେନଗୋଲ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଛି । ବର୍ତ୍ତମାନ ଏହି ସେନଗୋଲକୁ ଦେଶର ସମ୍ନାନରେ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ରଖିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।