ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ବଢୁଛି ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଦିନ ବଢିବା ସହ ତାତିର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ଆଗାମୀ ୩ ରୁ ୪ଦିନ ଆହୁରି ଗ୍ରୀଷ୍ମ ଲହରୀ ଜାରି ରହିବ । ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିବା ଜଣାପଡ଼ିଛି ।
ସେହିଭଳି ଆଜି ସମ୍ବଲପୁରରେ ତାପମାତ୍ରା ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୯.୬, ହୀରାକୁଦରେ ୩୯.୬, ଚାନ୍ଦବାଲିରେ ୩୯ ଡିଗ୍ରୀ ତାପମାତ୍ରା ରହିଛି । ଭୁବନେଶ୍ୱର ଓ କେନ୍ଦୁଝରରେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି ।