ଭୁବନେଶ୍ୱର(ଏନଏନଏସ୍): ଆଉ ଶୈବ ପୀଠରେ ଲାଗି ହେବନାହିଁ ଗଞ୍ଜେଇ । ସୂଚନା ଅନୁଯାୟୀ ଶିବ ମନ୍ଦିରମାନଙ୍କରେ ଗଞ୍ଜେଇ ବ୍ୟବହାର ନକରିବା ପାଇଁ ନିଦେ୍ର୍ଦଶ ଜାରି କରାଯାଇଛି । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲ୍ଲୀପ ରାଉତରାୟ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିଠି ଲେଖିଛନ୍ତି ।
ଭକ୍ତମାନେ ମନୋକାମନା ପୂରା କରିବାକୁ ଠାକୁରଙ୍କୁ ଗଞ୍ଜେଇ ଲାଗି କରୁଛନ୍ତି । ଯାହାଦ୍ୱାରା ଶୈବ ପୀଠରେ ଗଞ୍ଜେଇ ବହୁଳ ବ୍ୟବହାର ହେଉଛି । ତେଣୁ ଗଞ୍ଜେଇର ବ୍ୟବହାର ଉପରେ କଟକଣା ଲାଗୁ କରିବାକୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣାକୁ ନେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଯେମିତି ମନ୍ଦିର ଗୁଡିକରେ ବଳି ପ୍ରଥା ବନ୍ଦ କରାଗଲା ସେମିତି ନିଶା କାରବାର ବନ୍ଦ କରିବା ଉଚିତ୍ ।