ପ୍ରବଳ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । 40 ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା ।ଅତ୍ୟଧିକ ତାପମାତ୍ରା ଓ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟ ପାଣିପାଗରେ କୌଣସି ପରିବର୍ତ୍ତନ ନାହିଁ । ଉତ୍ତର-ପଶ୍ଚିମ ଭାରତକୁ ପଶ୍ଚିମା ଝଡ଼ ପ୍ରଭାବିତ କରିବା ଫଳରେ ଓଡ଼ିଶାରେ ୨୪ ତାରିଖ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ।
ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଂଶକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି।