ଚାନ୍ଦବାଲି ; ମତୋ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ଗଟଣାରେ ୩ଗିରଫ । ଚାନ୍ଦବାଲି ଥାନା ଅଧୀନ ମତୋ ଫାଣ୍ଡି ଅଧିକାରୀଙ୍କ ଉପରକୁ କୋଇଲା ମାଫିଆଙ୍କ ଆକ୍ରମଣ ଘଟଣାରେ ଚାନ୍ଦବାଲି ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳର ଓ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ଅଭିଯୁକ୍ତ ମାନେ ହେଲେ ତପନ ନାୟକ, ଅନ୍ତର୍ୟ୍ୟାମୀ ନାୟକ ,ନଟ କିଶୋର ନାୟକ । ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରକାଶ କରିଛନ୍ତି।
ଗତ ବୁଧବାର ବିଳମ୍ବିତ ରାତ୍ରୀରେ ଚାନ୍ଦବାଲି ବ୍ଲକ ମତୋ ମେଡିକାଲ ନିକଟରେ ଏକ ଚୋରା କୋଇଲା ବୋଝେଇ ପିକପ ଭ୍ୟାନ ଓଲଟି ପଡ଼ିଥିଲା। ଉକ୍ତ ଚୋରା କୋଇଲା ଗାଡିକୁ ଜବଦ କରିବାକୁ ଯାଇଥିବା ସମୟରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ଉପରକୁ କୋଇଲା ମାଫିଆ ମାନେ ପଥର ମାଡ଼ କରିଥିଲେ।
ଚୋରା କୋଇଲା ଗାଡିର ଡ୍ରାଇଭରକୁ ଘଟଣା ସ୍ଥଳରୁ ମତୋ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଚାନ୍ଦବାଲି ପୋଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।