ସୁବର୍ଣ୍ଣପୁର ; ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି . କିରାଣି ଗୋଲକ ବିହାରୀ ପୋଢ଼ ଜଣେ ଲାଇଭ ଷ୍ଟକ ଇନ୍ସପେକ୍ଟରଙ୍କ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଉକ୍ତ ଲାଇଭ ଷ୍ଟକ ଇନ୍ସପେକ୍ଟର ସେଥିପାଇଁ ତାଙ୍କୁ ୨୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ୨୦ ହଜାର ଟଙ୍କା ନେବା ପରେ ବି ଗୋଲକ ବିହାରୀ ପାଢ଼ି ତାଙ୍କ କାମ କରି ନଥିଲେ। ଆଉ ୧୫ ହଜାର ଟଙ୍କା ଦେଲେ ବକେୟା ଦରମା କରାଇ ଦେବେ ବୋଲି ସେ କହିଥିଲେ।
ଷ୍ଟକ ଇନ୍ସପେକ୍ଟର ଜଣଙ୍କ ଆଜି କିରାଣି ଗୋଲକ ବିହାରୀ ପୋଢ଼ଙ୍କୁ ଭେଟି ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଗୋଲକ ବିହାରୀ ପାଢ଼ି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଗୋଲକ ବିହାରୀ ପାଢ଼ିଙ୍କ ନିକଟରୁ ଭିଜିଲାନ୍ସ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିଛି।