ଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ପ୍ରତି ସମ୍ମାନ, ସେବା, ତ୍ୟାଗ, ବଳୀଦାନକୁ ମନେ ପକାଇବା ପାଇଁ ଖାସ୍ ଦିନ ଦିନ। ନାରୀର ଅନେକ ରୂପ, ଅନେକ କାହାଣୀ।ନାରୀ ଗୋଟିଏ ମା’, ନାରୀ ଗୋଟିଏ ପିଲା, ନାରୀ ଗୋଟିଏ ସ୍ତ୍ରୀ, ନାରୀ ଗୋଟିଏ ଭଉଣୀ। ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଅନ୍ତ୍ରରାଷ୍ଟ୍ରୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପାଳନ କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଏହି ଉତ୍ସବ ରୂପେ ପାଳନ କରାଯାଏ । ନାରୀ ସାରା ଜୀବନ ଅନ୍ୟ ମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସଗ କରିଥାଏ । ଅନେକ ନିର୍ଯାତନା, ଅସମ୍ମାନ, ଗାଳି ସହି ଆଗକୁ ବଢିଥାଏ । ଆଜି ସେହି ଦୁହିତା, ବୀରଙ୍ଗନା, ନାରୀ, ମହିଳା ଯେ କି ଅନେକ ନାମର ଅଧିକାରୀ । ସମସ୍ତଙ୍କୁ ସମ୍ମାନ ଜଣାଇବା ପାଇଁ ଦିନଟିଏ । ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶର ମହିଳା ଅନେକ କ୍ଷେତ୍ରରେ ଅନେକ କିର୍ତ୍ତୀମାନ ସ୍ଥାପନ କରୁଛନ୍ତି। ଆଜିର ଦିନରେ ପୁରୁଷ ଏ ମହିଳାଙ୍କ ମଧ୍ୟରେ ସମାନତା ରଖିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। ସେହିପରି ରାଜ୍ୟପାଳ ଗଣେଶି ଲାଲ ମଧ୍ୟ ଟ୍ବିଟ୍ କରି ମହିଳା ଦିବସର ଶୁଭକାମନା ଜଣାଇଛନ୍ତି। ସେପଟେ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରିଛନ୍ତି। ଏହି ଅବସରରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇଛନ୍ତି। ସବୁ କ୍ଷେତ୍ରରେ ମହିଳାଙ୍କ ସଫଳତାକୁ ପ୍ରଶଂସା କରିବା ସହ ସମାଜରେ ମହିଳା ଲିଡର ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ନବୀନ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ହେଲା ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଆର୍ଟି ସ୍କୁଲର ଝିଅ ବାଲୁକା ଶିଳ୍ପୀ ଆଜିର ଦିନରେ ସୁନ୍ଦର କଳାକୃତି କରିଦେଖାଇଛନ୍ତି ।