ଭୁବନେଶ୍ୱର(ଏନଏନଏସ୍): ଆକାଶ ମାର୍ଗରୁ ରାଜଧାନୀ ଉପରେ ନଜର ରଖିବ ଡ୍ରୋନ୍ । ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବ ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି। ଏହି ଡ୍ରୋନ ୫ କିଲୋମିଟର ଯାଏ ଗତିବିଧି ଅନୁଧ୍ୟାନ କରିପାରିବ ।
ରାଜଧାନୀରେ ବଡ ରାଲି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଭିଆଇପି ମୁଭମେଣ୍ଟ ଉପରେ ନଜର ରଖିବ ଏହି ଡ୍ରୋନ । ହାଇ ରିଜୋଲେସନ କ୍ୟାମେରାରେ ଚିତ୍ର ଉତ୍ତୋଳନ କରୁଥିବା ଏହି ଡ୍ରୋନରେ ନାଇଟ ଭିଜନ କ୍ୟାମେରା ରହିଛି । ଯେଉଁଥିରେ ଅତି ସହଜରେ ଅପରାଧ ରୋକି ହେବ ବୋଲି ଆଶା ରଖିଛି ପୋଲିସ।